ଝାରସୁଗୁଡ଼ାର ପ୍ରାଚୀନ ଉଲାପଗଡ଼ ଦୁର୍ଗର : ପ୍ରାଗଐତିହାସିକ ପ୍ରସ୍ତର ଖୋଦନ ଏବଂ ଚିତ୍ର

ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ  ଅବସ୍ଥିତ  ଝାରସୁଗୁଡା ଜିଲ୍ଲାର ଐତିହାସିକ  ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ।  ଏହି ଜିଲ୍ଲା ମଧ୍ୟରେ ବିକ୍ରମଖୋଲ ଗୁମ୍ଫାରେ ଖୋଦିତ ସାତ ହଜାର ବର୍ଷ ତଳର ଆଦିମ ଲିପି, ରାମାୟଣ ଯୁଗର ଶ୍ରୀ ରାମ ଚଣ୍ଡୀ ଗୁମ୍ଫା, ମହାଭାରତ ଯୁଗର ଉଲାପ ଗଡ଼, ସପ୍ତମ ଶତାବ୍ଦୀର ଗୁଜା ପାହାଡ଼ ବୌଦ୍ଧ ଗୁମ୍ଫା, ଅଷ୍ଟମ ଶତାବ୍ଦୀର ପଦମପୁର ନଗର ଅଧିଷ୍ଠାତ୍ରୀ ଦେବୀ ପଦ୍ମସିନୀ  ମନ୍ଦିର, ପ୍ରାଚୀନ ଅଷ୍ଟଶମ୍ଭୁ ବିଦ୍ୟମାନ । ଏହି ସମସ୍ତ ପ୍ରାଚୀନ ସ୍ଥାନ ପରିଦର୍ଶନ କରିବା ପାଇଁ ଦେଶ ବିଦେଶର ଅନେକ ପର୍ଯ୍ୟଟକମାନେ ଝାରସୁଗୁଡା ଜିଲ୍ଲାକୁ ଆସିଥାନ୍ତି ।  ଏଗୁଡ଼ିକ ଐତିହାସିକ  ଓ ଗବେଷକମାନଙ୍କର ପାଇଁ  ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଟେ । 

( ଉଲାପଗଡ଼ )


 ଉଲାପ ଗଡ଼ ଦୁର୍ଗ 

ଉଲାପଗଡ଼ର  ପ୍ରସ୍ତର ଶଯ୍ୟା  ଉଷାକୋଟି ନାମରେ  ମଧ୍ୟ ପରିଚିତ |  ଉଲପଗଡ଼ ନାମ ଦୁଇଟି ଶବ୍ଦ  ଉଳାପ ଏବଂ ଗଡ଼ରୁ ଆନିତ ହୋଇଛି । ଉଲାପ ସ୍ଥାନୀୟ ଶବ୍ଦ ଉଲୁଆ କିମ୍ବା ଉଲ୍ଲାରୁ ଉତ୍ପନ ହୋଇଛି ଯାହାର ଅର୍ଥ ହେଉଛି ଆର୍ଦ୍ର ଭୂମି । ଉଚ୍ଚ ଭୂତଳ ଜଳ ସ୍ତର ହେତୁ କିମ୍ବା ପାହାଡର ପାଦଦେଶରୁ ପ୍ରବାହିତ ବାର୍ଷିକ ସ୍ରୋତ  ହେତୁ ବର୍ଷ ସାରା  ମୂର୍ତ୍ତିକା ଆର୍ଦ୍ରତା ବଜାୟ ରଖେ | ଗଡ଼ ଅର୍ଥ ଦୁର୍ଗ | 

ଝାରସୁଗୁଡ଼ା ଅନ୍ତର୍ଗତ ବେଲପାହାଡ଼ ସହରର  ବେଲ ପାହାଡ଼-ହିମଗିର ଛକ ଦକ୍ଷିଣକୁ ପ୍ରାୟ ୮ କିଲୋମିଟର ଦ୍ଵରତାରେ  ଉଳାପ ନାମକ ଏକ ପ୍ରାଚୀନ ଅଖ୍ୟାତ ପଲ୍ଲୀ ରହିଅଛି । ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ଘଞ୍ଚ ଅରଣ୍ୟ ବେଷ୍ଟିତ ମାହେଶ୍ୱରୀ ପାହାଡ ସୁନ୍ଦରଗଡ଼ର ହିମଗିରି ପର୍ଯ୍ୟନ୍ତ ଲମ୍ବି ଯାଇଛି । ଏହି ମହେଶ୍ୱରୀ ପାହାଡ଼ରେ ଉପରେ ମହାଭାରତ ଯୁଗର ଉଳାପଗଡ଼ ଦୁର୍ଗର ଭଗ୍ନ ଅବସ୍ଥାରେ ପଡ଼ିରହଛି । ଝାରସୁଗୁଡା ସହରରୁ ଉଳାପ ଗଡ଼ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ । ବର୍ଷର ଅନେକ ସମୟରେ ଏଠାକୁ ଐତିହାସିକ ଓ ଗବେଷକ ଏଠାକୁ ଅନୁଧ୍ୟାନ କରିବା ପାଇଁ ଆସିଥାନ୍ତି ।

ପ୍ରାଚୀନ ଉଳାପ ଗଡ଼ ଦୁର୍ଗର   ଦକ୍ଷିଣ ପୂର୍ବ ଦିଗରେ ଘଞ୍ଚ ଅରଣ୍ୟ ବେଷ୍ଟିତ ପ୍ରଧାନପଟ ଓ ବାଘମୁରା ପର୍ବତ ଶ୍ରେଣୀ ଏବଂ ପଶ୍ଚିମ ଦିଗରେ ପ୍ରାୟ ପାଞ୍ଚ କିଲୋମିଟର ଦୂରତାରେ ସମ୍ଡ଼ା ଅଞ୍ଚଳରେ ଥିବା ବେଲପାହାଡ଼ ରେଳଷ୍ଟେସନ ଦୃଷ୍ଟିଗୋଚର ହୁଏ । ସେହିପରି ଉତ୍ତର ଦିଗରେ ଘନ ଅରଣ୍ୟ, ସୁନ୍ଦରଗଡ଼ ଜିଲ୍ଲାର ହିମଗିର ଅଞ୍ଚଲକୁ ଲମ୍ବି ଯାଇଛି ଏବଂ ଦକ୍ଷିଣ ଦିଗରେ ମହେଶ୍ୱର ପାହାଡ଼ ବଡ଼ ଯୋଚ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି ।

ପାହାଡର ଶୀର୍ଷରେ ଥିବା ମାଳଭୂମିରେ  ଦୁର୍ଗର ଅବଶିଷ୍ଟାଂଶ  ରହିଅଛି | ପ୍ରାଚୀନ ଉଳାପ ଗଡ଼ ଦୂର୍ଗଟି  ମାହେଶ୍ୱରୀ ପାହାଡ଼ର ପ୍ରାକୃତିକ ସମତଳ ଶଯ୍ୟାରେ ଉପରେ ନିର୍ମିତ ହୋଇଥିଲା । ଦୁର୍ଗଟି ସମୁଦ୍ର ପତନ ଠାରୁ  ୧୦୦ ଫୁଟ ଉଚ୍ଚରେ  ଅବସ୍ଥିତ । ଏହାର  ଦୈର୍ଘ୍ୟ ପ୍ରାୟ ୪୦୦ ମିଟର ଏବଂ ପ୍ରସ୍ଥ ଅନୁନ୍ୟ ୨୫୦ ହେବ । ଏକ ଗଡଖାଇ ଏହାର ଦକ୍ଷିଣ ପାର୍ଶ୍ଵର ପ୍ରସ୍ତର ଚଟାଣରେ ନିର୍ମାଣ  କରାଯାଇଥିଲା । ଉକ୍ତ ଗଡ଼ଖାଇ ପ୍ରାୟ ୧୨ ଫୁଟ ପ୍ରସ୍ଥ ଓ  ୧୫୦ ମିଟର  ଦୈର୍ଘ୍ୟ ଅଟେ ।

ଗଡ଼ଖାଇ ସୀମାରେ ନିର୍ମିତ ପ୍ରସ୍ତର ପ୍ରାଚୀରରେ ଅନେକ ବର୍ତ୍ତୁଳାକାର ଛିଦ୍ର ଦୃଷ୍ଟିଗୋଚର ହୁଏ । ଦୁର୍ଗବାସୀ ଏହି ଛିଦ୍ର ମାର୍ଗ ଦେଇ ତୀର ଓ ବର୍ଚ୍ଛା ଚାଳନା କରି ଶତ୍ରୁ ଆକ୍ରମଣ ପ୍ରତିହତ କରୁଥିଲେ । କେତୋଟି ପ୍ରସ୍ତର ସ୍ତମ୍ଭମାନ ଉଲାପଗଡ଼ ଦୁର୍ଗ ପ୍ରସ୍ତର ଶଯ୍ୟା ଦକ୍ଷିଣ ପ୍ରାନ୍ତରେ ରହିଅଛି । ସେହି ପ୍ରସ୍ତର ସ୍ତମ୍ଭମାନଙ୍କ ସମ୍ମୁଖରେ ଏକ ପ୍ରଶସ୍ତ ବେଦୀ ମଧ୍ୟ ରହିଅଛି । ଶତାଧିକ ସଂଖ୍ୟକ  ବର୍ତ୍ତୁଳାକାର ଗର୍ତ୍ତମାନ ଦୁର୍ଗର ପ୍ରସ୍ତର ଚଟାଣରେ ଖୋଦିତ ହୋଇଥିଲା । 


ଏହି ଗର୍ତ୍ତମାନଙ୍କରେ କାଠ ଖମ୍ବ ପୋତା ଯାଇ  ଦୁର୍ଗରେ ଆବାସ ଗୃହ , ଭଣ୍ଡାର ଗୃହ , ଅସ୍ତ୍ରାଗାର, ପାକଶାଳା ଆଦି କକ୍ଷମାନ  ନିର୍ମାଣ କରାଯାଇଥିଲା । ଏହା ବ୍ୟତୀତ ଅନ୍ୟ କେତୋଟି ଗର୍ତ୍ତ ଶସ୍ୟ କୁଟିବାରେ ବ୍ୟବହାର କରାଯାଇଥିଲା । ଉଳାପଗଡ଼ ଦୁର୍ଗର ପ୍ରସ୍ତର ଶଯ୍ୟାରେ ଏକ କ୍ଷୁଦ୍ର କୂପ ଖନନ କରାଯାଇଥିଲା । ଏହି କୂପ ବର୍ଷା ଜଳ ସଞ୍ଚିତ ହୋଇ ଅନ୍ତେବାସୀମାନଙ୍କ  ଜଳ ଆବଶ୍ୟକତାକୁ ପୂରଣ କରୁଥିଲା  । ଦୁର୍ଗରେ ଏକ ଶିବ ଲିଙ୍ଗ ପ୍ରସ୍ତର ଶଯ୍ୟାର ପଶ୍ଚିମ ପ୍ରାନ୍ତରେ ବିଦ୍ୟମାନ ।  ପ୍ରସ୍ତର ଶଯ୍ୟା ପଶ୍ଚିମ ଆଡକୁ  ଅଧୋମୁଖୀ  ହୋଇଛି ।

ଉଳାପଗଡ଼ ଦୁର୍ଗର ପଶ୍ଚିମ ପ୍ରାନ୍ତ ନିମ୍ନ ଦେଶରେ  ମହେଶ୍ୱରୀ ପାହାଡ଼ର ଅନ୍ୟ ଏକ  ଗୁମ୍ଫା ଉଷାକୋଟୀ ଅବସ୍ଥିତ ।  ପ୍ରସ୍ତର ଶଯ୍ୟାର କଳାକୁ ସଂରକ୍ଷଣ କରିବା ପାଇଁ ଉଲାପଗଡ ପାହାଡର ଦକ୍ଷିଣ ପାର୍ଶ୍ୱ ଖାଲରେ ଅଛି | ପାହାଡର ଶିଖର ନିକଟରେ ଅବସ୍ଥିତ ପଥର ଶଯ୍ୟାର ଲମ୍ବ, ଗଭୀରତା ଓ ଉଚ୍ଚତା ଯଥାକ୍ରମେ   ୫୧ ମିଟର,  ୪.୨୫ ମିଟର ଓ   ୮ ମିଟର ହେବ | ଦକ୍ଷିଣ ଆଡକୁ ମୁହଁ କରି ଏହି ଶଯ୍ୟା ପୂର୍ବ-ପଶ୍ଚିମ ଦିଗରେ ଅବସ୍ଥିତ | ଏହି ପଥର ଆଶ୍ରୟସ୍ଥଳ ୪୫ ମିଟର ଲମ୍ବ ଏବଂ ୪.୮୫ ମିଟର ପ୍ରସ୍ଥ ପଥର ପୃଷ୍ଟ ମଧ୍ୟରେ ଚିତ୍ର ଓ ଖୋଦିତ ମିଶ୍ରଣ ପ୍ରସ୍ତ କଲା ପ୍ରଦର୍ଶନ କରେ |  ସେହି  ଚିତ୍ରରେ ୪୦୭ଟି ସଙ୍କେତ ଅଛି | ଚିତ୍ରଗୁଡିକ ଗୋଟିଏ ରଙ୍ଗ ଯେପରିକି ନାଲି ରଙ୍ଗ, ଦୁଇଟି ରଙ୍ଗ ଯେପରିକି ଲାଲ ଓ ଧଳା ରଙ୍ଗ  ଏବଂ  ତିନୋଟି  ଯେପରିକି ରଙ୍ଗ ନାଲି, ଧଳା ଓ  ହଳଦିଆ ରଙ୍ଗର ଅଙ୍କିତ ହୋଇଅଛି |

ଚିତ୍ରଗୁଡ଼ିକର ମୁଖ୍ୟତଃ ବିଭିନ୍ନ ଜ୍ୟାମିତିକ ଏବଂ ଅଣ-ଜ୍ୟାମିତିକ ଆକୃତିରେ  ହୋଇଛି ଦୃଷ୍ଟାନ୍ତ  ସମାନ୍ତର ଅସମ ଚତୁର୍ଭୁଜ (୦୭) ଅଙ୍କା ବଙ୍ଗା (୦୩), ତ୍ରିଭୁଜ (05), ମହୁ ଫେଣା (୦୮) ଝାଡୁ  କିମ୍ବା  ତୁଲି ଚିହ୍ନ (୯୭), ସିଡ଼ି (୦୨), ଚକ ଓ ଅର (୦୨), ପାଦଚିହ୍ନ (୦୪)  ଜଟିଳ ରେଖାଚିତ୍ର (୧୫) । ଏହିପରି ସ୍ଥାନରେ ଗୋଟିଏ ରଙ୍ଗର ଚିତ୍ର ଅଙ୍କନର କିଛି ସମୟ ବିଳମ୍ବ ପରେ ଦୁଇଟି ରଙ୍ଗ ଚିତ୍ର ଅଙ୍କନ କରାଯାଇଛି  । କେତେକ ସାଙ୍କେତିକ ଚିନ୍ନ, ଷଣ୍ଢ ଓ ଯୋଦ୍ଧା ପ୍ରଭୃତି ଚିତ୍ର ଗୁମ୍ଫାର ପାଚେରୀରେ ଖୋଦିତ ହୋଇଥିବା ଲକ୍ଷ୍ୟ କରାଯାଇପାରେ ଅନେକ ବର୍ଗାକୃତି ଏବଂ ବର୍ତ୍ତୁଳାକାର ଛିଦ୍ରମାନ  ଏହି ଗୁମ୍ଫାର ଚଟାଣର ଖୋଦିତ  ହୋଇଛି । ସେହି ଛିଦ୍ର ଗୁଡିକରେ ଦୁର୍ଗର ପ୍ରତିରକ୍ଷା ବାହିନୀ ଖାଦ୍ୟ, ବସ୍ତ ଓ  ଅସ୍ତ୍ରଶସ୍ତ୍ର ଆଦି ଝୁଲାଇ ରଖୁଥିବାର  ଅନୁମାନ କରାଯାଏ । 


ଗିରିର ଓହଲିଥିବା ଶୀର୍ଷ ଭାଗ ନଷ୍ଟ ହେବା ଯୋଗୁଁ ଚିତ୍ର ପୃଷ୍ଠରେ ପ୍ରତିଦିନ ସକାଳରୁ  ମଧ୍ୟାହ୍ନ ପର୍ଯ୍ୟନ୍ତ ସିଧାସଳଖ ସୂର୍ଯ୍ୟ କିରଣ ସ୍ପର୍ଶ ରହେ | ଶଯ୍ୟାର ଶୀର୍ଷରୁ  ଜଳ ସ୍ରୋତ ପ୍ରବାହିତ ହେଉଥିବାରୁ ପଥର ଉପରେ ଶୈବାଳର ଅଭିବୃଦ୍ଧି  ଘଟିଛି ଓ ଅନ୍ଧକାର ଭାଗ ସୃଷ୍ଟି ହୋଇଛି ।  ଏଠାକୁ ବଣଭୋଜି ଆସିଥିବା ଅନେକ ଦୃଷ୍ଟ ବ୍ୟକ୍ତି ଓ ଅରଣ୍ୟ କର୍ମଚାରୀ  ଏହି ଚିତ୍ର ଫଳକ ଉପରେ ବିଭିନ୍ନ ଚିତ୍ର ଓ ଚିହ୍ନ ଅଙ୍କନ ଐତିହାସିକ ପୀଠକୁ ଧ୍ୱଂସ  କରିଦେଉଛନ୍ତି । ଜଙ୍ଗଲ କର୍ମଚାରୀ ଏବଂ ବଣଭୋଜି କରିବା ପାଇଁ ଆସୁଥିବା ବ୍ୟକ୍ତିମାନେ ଆଶ୍ରୟସ୍ଥଳରେ ଠିକ୍ ତଳେ ରୋଷେଇ କରିବା ଫଳରେ  କାଠ ବାହାରୁ ଥିବା ଧୂଆଁ  ଚିତ୍ରଗୁଡ଼ିକୁ ଧୀରେ ଧୀରେ ନଷ୍ଟ କରିଦେଉଛି । ଏହାର ମୂଲ୍ୟବାନ ପ୍ରସ୍ତର ଚିତ୍ର କଳାକୁ ସୂର୍ଯ୍ୟାଲୋକରୁ  ସଂରକ୍ଷଣ କରିବା ପାଇଁ ଆଶ୍ରୟସ୍ଥଳର ଶୀର୍ଷରେ ଆବରଣ ଲଗାଇବ ଅତ୍ୟନ୍ତ ଆବଶ୍ୟକ ।

 

ପାହାଡର ପ୍ରସ୍ତର ଆଶ୍ରୟସ୍ଥଳର ଶୀର୍ଷରେ ଥିବା  ବିସ୍ତୃତ ମାଳଭୂମିକୁ  ସାମରିକ ଗଡ଼ ଭାବରେ ସୁରେନ୍ଦ୍ର ସାଏ  ବ୍ୟବହାର କରୁଥିଲେ ବୋଲି ଅନୁମାନ କରାଯାଏ । ପ୍ରାକୃତିକ ମାଳଭୂମିର  ଶିଖରେ  ପସ୍ତର ଖଣ୍ଡଗୁଡ଼ିକରୁ ଦୁର୍ଗ ନିର୍ମିତ କରାଯାଇଥିଲା  | ନିୟମିତ ବ୍ୟବଧାନରେ ଦୁର୍ଗର ବନ୍ଧୁକ ଛିଦ୍ର ନିର୍ମିତ ହୋଇଥିଲା  ଯାହା  ବ୍ରିଟିଶ ଶାସନ ସମୟର ସୂଚିତ କରେ । ଲୋକମାନେ ବିଶ୍ଵାସ କରୁଥିଲେ ଯେ ଏହା ବୀର ସୁରେନ୍ଦ୍ର ସା ଏଙ୍କର ଏକ ଗଡ଼ ଥିଲା ଯିଏ ବ୍ରିଟିଶମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ ସମୟରେ ଝାରସୁଗୁଡାର  ଜମିନ୍ଦରଙ୍କ ସାହାଯ୍ୟରେ ସ୍ଥାନୀୟ ଆଦିବାସୀ ଏହି ଅଞ୍ଚଳରେ ନିୟମିତ ଯୋଗ ଦେଉଥିଲେ।

(  ଉଲାପଗଡ଼ )


ପୌରାଣିକ

ଗୁମ୍ଫାରେ ବିଭିନ୍ନ ପ୍ରକାର ଚିତ୍ର ମଧ୍ୟ ପଶାଖେଳ ଚିତ୍ର ଚିତ୍ରରୁ ଏହା ଏକଦା ରାଜ ପରିବାରର ଆବସିକ ଦୁର୍ଗ ଥିଲା ପରି ପ୍ରତୀୟମାନ ହୁଏ । ଜନଶ୍ରୁତି ଅନୁସାରେ ମହାଭାରତ ଯୁଗରେ ଏହା କୋୖଣସି ଏକ ନଗ ବଂଶୀ ରାଜାଙ୍କ ଆବାସିକ ଦୁର୍ଗ ଥିଲା । ତାଙ୍କ ପ୍ରିୟ କନ୍ୟା ଉଲ୍ଲୁକ ତନ୍ତ୍ର ବିଦ୍ୟା ନିପୁଣ ଥିଲେ ଓ ତାଙ୍କ ପିତାଙ୍କ ସହିତ ଏହି ଦୁର୍ଗର ବସବାସ କରୁଥିଲେ । ପାଣ୍ଡବ ବାରବର୍ଷ ବ୍ୟାପି ଅଜ୍ଞାତ କାଳରେ ମଧ୍ୟ ପାଣ୍ଡବ ଉଳୁପୀ ସହିତ ପ୍ରଣୟ ସୂତ୍ର ଆବଦ୍ଧ ହୋଇ କିଛି ବର୍ଷ କାଳ ଏହି ଦୁର୍ଗର ସମୟ ଅତିବାହିତ କରିଥିଲେ । 

( ଛୋଟ ଛିଦ୍ର )


ମାଣିକେଶ୍ଵରୀ ଦେବୀ

ଉଭୟ ହିମଗିରି ଓ ଉଳାପଗଡ ଅଞ୍ଚଲରେ କନ୍ଧ ସମ୍ପ୍ରଦାୟର ରହୁଥିଲେ ଏବଂ ସେମାନେ ମାଣିକେଶ୍ଵରୀ ଦେବୀକୁ ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ । ତତ୍କାଳୀନ ହିମଗିରଗଡ଼ ଜମିଦାର  ୧୫୬୭ ଖ୍ରୀଷ୍ଟାବ୍ଦରେ  ଉଲାପଗଡ଼ର ଦେବୀ ମାଣିକେଶ୍ଵରୀ ପ୍ରତିମାକୁ ହିମଗିର ଜମିଦାରୀ କୁ ସ୍ଥାନାନ୍ତର କରିଥିଲେ । ଏହି ଦେବୀଙ୍କ ମୂର୍ତ୍ତି ଏକ ବାଉଁଶ ଝାମ୍ପିରେ ବୋହି ନେଉଥିବା  ବେଳେ ଝାମ୍ପିକୁ କିଛି ସମୟ  ଓହ୍ଲାଇ ହିମଗିର ମଧ୍ୟରେ ପଡୁଥିବା କନିକା ଗ୍ରାମରେ ମଧ୍ୟରେ ରଖାଯାଇଥିଲା, ସେଥିପାଇଁ କନିକା ଗ୍ରାମକୁ 'ଝାମ୍ପି ଉତୁରା' ବୋଲି ମଧ୍ୟ କହନ୍ତି । ପ୍ରତିବର୍ଷ  ଶାରଦୀୟ ପୂଜା ଅବସରରେ  ହିମଗିରିକେଶ୍ଵରୀ ମନ୍ଦିରରେ ସର୍ବପ୍ରଥମେ ଉଲାପ ଗ୍ରାମବାସୀ ସ୍ଵତନ୍ତ୍ର ଭୋଗ  ଏବଂ ବଳିଦାନ ପରମ୍ପରା, ଉପରୋକ୍ତ ଘଟଣା ର  ପ୍ରମାଣ ରୂପେ  ଗ୍ରହଣ କରାଯାଇପାରେ ।

( ପଶୁ ଚିତ୍ର )


କିପରି ପହଞ୍ଚିବେ :-

ଝାରସୁଗୁଡା ରାଜ୍ୟ ରାଜପଥ ୧୦ ଏବଂ ଜାତୀୟ ଦ୍ଵାରା  ଅନ୍ୟ ନିକଟ ରାଜ୍ୟଗୁଡିକ ସହିତ ଭଲ ଭାବରେ ସଂଯୁକ୍ତ |  ସହରରେ ଯାନ ଉପଲବ୍ଧ ଅଛି |  ଟାଉନରେ ଅନେକ ମଧ୍ୟମ ମୂଲ୍ୟର ହୋଟେଲ ଅଛି |

ଝାରସୁଗୁଡା ହେଉଛି ହାୱରା-ନାଗପୁର-ମୁମ୍ବାଇ ଲାଇନର ଟାଟାନଗର-ବିଲାସପୁର ବିଭାଗ ଏବଂ ଝାରସୁଗୁଡା-ବିଜୟନଗରମ ଲାଇନର ଏକ ରେଳ ସଂଯୋଗ | ରେଳ ଷ୍ଟେସନ ଦକ୍ଷିଣ ପୂର୍ବ ରେଳ ଅଧୀନରେ ଆସେ |


 ଝାରସୁଗୁଡା ନାମକ ଏକ ବିମାନ ବନ୍ଦର ଅଛି ଯାହା ସହରର ଉତ୍ତର-ପୂର୍ବରେ ଅବସ୍ଥିତ | ଆପଣ ସହଜରେ ଦିଲ୍ଲୀ, ରାୟପୁର, କୋଲକାତା ଏବଂ ଭୁବନେଶ୍ୱର ବିମାନ ବନ୍ଦରରୁ ଝାରରସୁଗୁଡା ପାଇଁ ବିମାନ ପାଇପାରିବେ |

( ପାଦ ଚିହ୍ନ )
-------------------------------------------------------------------
       ( ମୋ ଲେଖା ପଡ଼ିବା ପାଇଁ ଧନ୍ୟବାଦ 🙏🙏🙏 )

ତଳେ ଦିଆ ଯାଇଥିବା ଲିଙ୍କ୍ରେ କ୍ଲକ୍ କରି  ଉଲାପଗଡର ଅବସ୍ଥିତି ଗୁଗୋଲ ମେପ ରେ ଦେଖି ପାରିବେ ।👇👇👇

ଲେଖକ :- ରୋହିତ କୁମାର ଲୋହରା
             ପୁରୁଣାବସ୍ତୀ, ଝାରସୁଗୁଡା


ସଂଗୃହିତ :-
 
(୧) ଝାରସୁଗୁଡ଼ା ଜିଲ୍ଲାର  ପ୍ରାଚୀନ ପାର୍ବତ୍ୟ ଦୁର୍ଗ ଉଲାପଗଡ଼
ଲେଖକ - ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

(୨) ଝାରସୁଗୁଡ଼ା ଗାଜେଟର
  ଓଡ଼ିଶା ସରକାର





Comments

Popular posts from this blog

Ancient Ullapgarh fort in jharsuguda : Prehistoric Rock engravings and Painting

Kolabira Fort, Jharsuguda - Jaypur Estate

Bikramkhol cave, Archeological site of Jharsuguda